ଜାତୀୟତାଜା ଖବରଧର୍ମ

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା। ଠାକୁରଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବାକୁ ପ୍ରାର୍ଥନା କରିଛି। ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ଯାଇ ସ୍ନାନବେଦୀରେ ଶ୍ରିଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି। ସେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ସ୍ନାନପୂର୍ଣ୍ଣିମା ଦେଖିବାର ସୁଯୋଗ ପାଇଥିବା କହିଛନ୍ତି। ଆମ ଦେଶ ତଥା ରାଜ୍ୟ ଓ ସମଗ୍ର ମାନବ ଜାତି ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ରହୁ ବୋଲି କାମନା କରିବା ସହ ସାରା ବିଶ୍ଵର କଲ୍ୟାଣ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *