ଜାତୀୟତାଜା ଖବରରାଜ୍ୟ

ଛିଡ଼ୁନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦ୍ବନ୍ଦ୍ବ ଦିଲ୍ଲୀରେ ହାଇକମାଣ୍ଡଙ୍କ ବୈଠକ ସିଦ୍ଦରମୈୟା ଓ ଶିବ କୁମାରଙ୍କ ସହ ଆଲୋଚନା

ନୂଆଦିଲ୍ଲୀ, ୨୬|୫ : ଛିଡ଼ୁନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦ୍ବନ୍ଦ୍ବ। ନେତୃତ୍ଵ ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗି ରହିଛି। ଦିଲ୍ଲୀରେ କର୍ଣ୍ଣାଟକର ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ନେଇ ହାଇକମାଣ୍ଡ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନଙ୍କ ବାସଭବନରେ ବୈଠକ ହୋଇଥିବାବେଳେ ନିଜେ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ। ନିଜ ନିଜର ସମର୍ଥକଙ୍କ ସହିତ ଶିବ କୁମାର ଓ ସିଦ୍ଦରମୈୟା ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଦୁଇ ନେତାଙ୍କ ସହିତ ଆଲୋଚନା କରିଛନ୍ତି ହାଇକମାଣ୍ଡ। କର୍ଣ୍ଣାଟକରେ ନେତୃତ୍ଵ ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଦ୍ବନ୍ଦ୍ବ ଦେଖାଯାଇଛି। ସିଦ୍ଦରମୈୟାଙ୍କୁ ହଟାଇ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଦୁଇ ଜଣଙ୍କୁ ଦିଲ୍ଲୀ ଡକା ଯାଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ସିଏମ୍ ଚୌକିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବହୁ ଦିନରୁ ଚାଲିଛି ଛକାପଞ୍ଝା। ଦେଖିବାକୁ ଗଲେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ଦିନରୁ ହିଁ ଉଭୟଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ପରିସ୍ଥିତିରେ ପଡ଼ି ସ୍ଵଚ୍ଛ ଭାବମୂର୍ତ୍ତି ପାଇଁ କଂଗ୍ରେସ ସିଦ୍ଦରମୈୟାଙ୍କୁ ସିଏମ୍ କରିଥିଲା। କିନ୍ତୁ ଶିବ କୁମାରଙ୍କ ନେତୃତ୍ଵରେ ହିଁ ଦଳ ସେଠାରେ ନିର୍ବାଚନ ଲଢିଥିଲା। ଦଳକୁ ଜିତାଇବାରେ ତାଙ୍କର ବଡ଼ ଭୂମିକା ଥିଲା। କିନ୍ତୁ ତାଙ୍କ ବିରୋଧରେ ଇଡି ଲାଗିଥିବାରୁ ଓ ନାନା ଆଇନଗତ ମାମଲା ଥିବାରୁ ତାଙ୍କୁ କଂଗ୍ରେସ ସେତେବେଳେ ସିଏମ୍ କରିନଥିଲା।

Leave a Reply

Your email address will not be published. Required fields are marked *