ରାଜ୍ୟ

ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ୨୫ ଦୋକାନ ସହ ୫ କୋଟି ଟଙ୍କା ସମ୍ପତ୍ତି ଭସ୍ମୀଭୁତ

ଜଳେଶ୍ୱର ୨୪|୫: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ୨୫ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଜଳେଶ୍ୱର ଥାନା ପଶ୍ଚିମବାଡ଼ ମାର୍କେଟରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ସାଢେ ୩ଟାରେ ପଶ୍ଚିମବାଡ଼ ମାର୍କେଟରେ ଥିବା ଏକ ଦୋକାନରେ କୌଣସି କାରଣରୁ ନିଆଁଲାଗି ଜଳିବାକୁ ଲାଗିଥିଲା । ପରେ ନିଆଁ କ୍ରମଶଃ ପାଖ ଦୋକାନକୁ ବ୍ୟାପିଥିଲା । ନିଆଁର ମାତ୍ରା ଏତେ ପ୍ରଖର ଥିଲା ଯେ, ୨୫ରୁ ଅଧିକ ଦୋକାନ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକମାନେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିବାପରେ ଦୀର୍ଘ ଦୁଇ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା ।

 

Leave a Reply

Your email address will not be published. Required fields are marked *