ପର୍ଶୁରାମଙ୍କ ଅଭିଶାପ
ପର୍ଶୁରାମ ଜଣେ ବିଖ୍ୟାତ ଧନୁର୍ଦ୍ଧର ଥିଲେ। କର୍ଣ୍ଣ ତାଙ୍କଠାରୁ ଧନୁର୍ବିଦ୍ୟା ଶିଖିବାକୁ ଚାହୁଁଥିଲେ, କିନ୍ତୁ ପର୍ଶୁରାମ ବ୍ରାହ୍ମଣଙ୍କ ବ୍ୟତୀତ ଅନ୍ୟ କାହାକୁ ଅସ୍ତ୍ର ଶିକ୍ଷା ଦେଉ ନ ଥିଲେ। କର୍ଣ୍ଣ ତାଙ୍କୁ ମିଛ କହି ବ୍ରାହ୍ମଣ କହି ଶିକ୍ଷା ଆରମ୍ଭ କରିଥିଲେ। ଦିନେ କର୍ଣ୍ଣଙ୍କ ଜଂଘରେ ପରଶୁରାମ ମୁଣ୍ଡ ରଖି ଶୋଇଥିଲେ। ଏହି ସମୟ ଏକ କଳା ବିଛା କର୍ଣ୍ଣଙ୍କ ଜଂଘରେ ପ୍ରବେଶ କରି ତାଙ୍କୁ କାମୁଡ଼ିବାକୁ ଲାଗିଲା। ଯଦ୍ବାରା କର୍ଣ୍ଣଙ୍କୁ ଖୁବ ଯନ୍ତ୍ରଣା ହେବା ସହ ପ୍ରବଳ ରକ୍ତ ପ୍ରବାହିତ ହୋଇଥିଲା। କର୍ଣ୍ଣ ତାଙ୍କ ଗୁରୁଙ୍କ ନିଦ ଭାଙ୍ଗି ଯିବା ଭୟରେ କିଛି କହୁନଥାନ୍ତି। ସମସ୍ତ ଯନ୍ତ୍ରଣା ସହ୍ୟ କରି ଚୁପ୍ ହୋଇ ବସି ରହିଥିଲେ। କର୍ଣ୍ଣଙ୍କ ରକ୍ତେର ଓଦା ହୋଇ ଉଠିଗଲେ ପର୍ଶୁରାମ। ସେ ଦେଖିଲେ ଯେ କର୍ଣ୍ଣଙ୍କ ଜଂଘରୁ ରକ୍ତସ୍ରାବ ହେଉଥିଲା। ସେ ତୁରନ୍ତ ବୁଝିପାରିଲେ ଯେ କର୍ଣ୍ଣ ଜଣେ ବ୍ରାହ୍ମଣ ନୁହଁନ୍ତି ବରଂ ଜଣେ କ୍ଷତ୍ରିୟ। କେବଳ ଜଣେ କ୍ଷତ୍ରିୟ ଏପରି ଯନ୍ତ୍ରଣା ସହ୍ୟ କରିପାରିବେ। ପର୍ଶୁରାମ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇ କହିଲେ, “ତୁମେ ମୋତେ ମିଛ କହିଲ… ତୁମେ ଯେଉଁ ଜ୍ଞାନ ଶିଖିଛ ତାହା ଶେଷରେ କୌଣସି କାମରେ ଆସିବ ନାହିଁ। ଶେଷ ମୁହୂର୍ତ୍ତରେ ତୁମେ ଏହାକୁ ଭୁଲିଯିବ ଏବଂ ରଥ ଚକ ମାଟିରେ ଫସିଯିବ। ମୁଁ ତୁମକୁ ଯେଉଁ ଅସ୍ତ୍ର ଶିଖାଇଥିଲି ତାହା ମଧ୍ୟ ତୁମେ ଭୁଲିଯିବ ବୋଲି କର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ ପର୍ଶୁରାମ।

