ଜାତୀୟତାଜା ଖବର

ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକ ମୃତ !

ବଲାଙ୍ଗୀର, ୧୧|୬(ସପ୍ର ): ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଳ ପଞ୍ଚାୟତ ମାଲପଡା ଗାଁରେ ଜଣେ ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ବିକାଶ ବନଛୋର। ବିକାଶଙ୍କ ବାପା ମା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେ ଜେଜେବାପା, ଜେଜେମା ପାଖରେ ରହୁଥିଲେ। ଗତକାଲି ଅସୁସ୍ଥ ହେବାରୁ କଣ୍ଟାବାଞ୍ଜି ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକେ। ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। କିନ୍ତୁ ଜଣେ କ୍ବାକଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ବିକାଶଙ୍କ ଜୀବନ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ବାହାବଳ ଗାଁର କ୍ବାକ ହେମନ୍ତ ବାଗ ଟିଟି ଇଞ୍ଜେକ୍ସନ ଦେବା ପରେ ବିକାଶ ଅସୁସ୍ଥ ହୋଇ ପ୍ରାଣ ହରାଇଥିବା ଚର୍ଚ୍ଚା ହେଉଛି। ତେବେ ବେଲପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *