ପ୍ରଧାମନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି
ମହାକାଳପଡ଼ା : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତିଖିରି ସରପଞ୍ଚ ଚାମେଲି ଓଝା । ଦୁର୍ବ୍ୟବହାର ଓ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡ଼ିଆରେ ଲେଖିଲେ ଚିଠି । ଚାମେଲି ଚିଠି ଲେଖି ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କଲେ । ପୂର୍ବରୁ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବହୁ ବାଦବିବାଦରେ ଚାମେଲିଙ୍କୁ ମିଳିଛି ଜାମିନ୍ । ଗତକାଲି ଚାମେଲିଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସ୍ଡିଜେଏମ୍ କୋର୍ଟ । ମହାକାଳପଡ଼ା ପୋଲିସ୍ ଏସଆଇ ଓ ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗରେ କୋର୍ଟ ଚାଲାଣ ହୋଇଥିବାବେଳେ ଚାମେଲିଙ୍କୁ ଜାମିନ୍ ମିଳିଛି । ଏବେ ବି କେନ୍ଦ୍ରାପଡ଼ା ମେଡିକାଲ୍ରେ ଚିକିତ୍ସାଧିନ ଅଛନ୍ତି ଚାମେଲି । ସେପଟେ ଚାମେଲିଙ୍କ ଏତଲା ଆଧାରରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ଚାମେଲି ଅଭିଯୋଗ କରିଛନ୍ତି ।

