ଶବକୁ ମିଳିଲାନି ଶ୍ମଶାନ, ସରକାରୀ ଚାଷ ଜମିରେ କଲେ ଶେଷକୃତ୍ୟ
ରାୟଗଡ଼ା : ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳିଲାନି ଶଶ୍ମାନ। ଦିନ ସାରା ଘରେ ପଡ଼ି ରହିଲା ମୃତଦେହ। ଶବକୁ ଶ୍ମଶାନ ମିଳି ନଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକେ। କେଉଁଠି ଶବ ସତ୍କାର କରିବା ନେଇ ଚିନ୍ତାରେ ପଡ଼ିଥିଲେ। ୨୬ ଘଣ୍ଟା ପଡ଼ି ରହିବା ପରେ ଶେଷରେ ଚାଷ ଜମିରେ ଶବ ସତ୍କାର କଲେ ପରିବାର ଲୋକେ । ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଶ୍ମଶାନକୁ ବାରଣ କଲେ ଗ୍ରାମବାସୀ । ଦିନ ସାରା ଘରେ ମୃତଦେହ ପଡିରହିବା ପରେ ଆଜି ସମ୍ପନ୍ନ ହୋଇଛି ଶେଷକୃତ୍ୟ । ନିଜ ଚାଷ ଜମିରେ ମୃତ ବ୍ୟକ୍ତିଙ୍କ ହୋଇଛି ଶବ ସତ୍କାର । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ଗାଜିଗାଁ ଆଦିବାସୀ ସଂପ୍ରଦାୟର ଜାକାକା ଦାମ ୫ ବର୍ଷ ତଳେ ଅନ୍ୟ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ।

