ଜାତୀୟ

ଜାତୀୟତାଜା ଖବର

ବଡୋଦରାରେ ଟ୍ରକ୍-ବସ୍ ଧକ୍କା, ୫ ମୃତ, ୨୬ ଆହତ

ଗୁଜରାଟର ବଡୋଦରା-ଜାରୋଦ୍ ରାସ୍ତାରେ ଟ୍ରକ୍-ବସ୍ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୬ ଜଣ  ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବୁଧବାର ସକାଳେ କୋଟାମ୍ବି ଗାଁ ନିକଟରେ ହାଇୱେରେ ଏକ ଲଗଜରୀ ବସ୍ ସହିତ ଟ୍ରକ୍ ଧକ୍କା ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।

Read More
ଜାତୀୟତାଜା ଖବର

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ ବିନା ଡାକ୍ତରୀ ପ୍ରେସକ୍ରିପ୍ସନ ମିଳିବନି କଫ୍ ସିରପ୍

କଫ ସିରପ ଏବେ ଥଣ୍ଡା ଓ କାଶ ପାଇଁ ଯେତିକି ଖୋଜା ପଡ଼ୁନି ନିଶା ପାଇଁ ବେଶି ଖୋଜା ପଡ଼ୁଛି। ଚୋରା କଫ ସିରଫକୁ ମାଧ୍ୟମ କରି ନିଶା କାରବାର କରୁଛନ୍ତି ନିଶା ବେପାରୀ। ଏପରିକି କଫ ସିରପ ଦ୍ବାରା ଅନେକ ଶିଶୁ ଗୁରୁତର ଅସୁସ୍ଥ ହୋଇଥିବା ନଜିର ରହିଛି।

Read More
ଜାତୀୟତାଜା ଖବର

ପିଲାଙ୍କ ପଢ଼ା ବହିରେ ମାଳ ମାଳ ଭୁଲ ତ୍ରୁଟି ସୁଧାରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ପିଲାଙ୍କ ପଢ଼ା ବହି ହଜାରେ ଭୁଲ ଦେଖିବାକୁ ମିଳିଛି। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କେଉଁଠି ନିୟମଗିରି ପାହାଡ଼ ଝାଡ଼ଖଣ୍ଡରେ ଅଛି ବୋଲି ଲେଖା ଅଛି ତ କେଉଁଠି ଓଡ଼ିଶା ବିଧାନସଭା ଜାଗାରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ଅଛି। ପ୍ରଥମରୁ ଅଷ୍ଟମ ଯାଏଁ ପଢ଼ା ବହିରେ ୧୭ ଶହ ତ୍ରୁଟି ଥିବାବେଳେ ପିଲା ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Read More
ଜାତୀୟତାଜା ଖବର

ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜୁନ ୨୦ ମୟୂରଭଞ୍ଜ ମାଟି ପାଇଁ ଐତିହାସିକ ଦିନ, ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଏକାଥରକେ ଆସୁଛନ୍ତି ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ ତାରିଖ ମୟୂରଭଞ୍ଜ ମାଟି ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏଥର ରାଷ୍ଟ୍ରପତିଙ୍କ ଗସ୍ତ ଟିକେ ନିଆରା, ଟିକେ ଭିନ୍ନ।

Read More
ଜାତୀୟତାଜା ଖବର

ଘରୁ ଡାକି ନେଇ ମଦ ପିଆଇ ହତ୍ୟା ଅଭିଯୋଗ

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘରୁ ଡାକି ନେଇ ମଦ ପିଆଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବେଣ୍ଟପୁର ହରିଜନ ସାହିର ଚଇଲ ଗୋଛାୟତ। ତାଙ୍କୁ ଯୋଜନାବଦ୍ଧ ଭାବେ ଅତ୍ୟଧିକ ମଦ୍ୟପାନ କରାଇ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Read More
ଜାତୀୟତାଜା ଖବର

ମାଙ୍କଡ଼ ଆକ୍ରମଣରେ ୯ ଜଣ ଆହତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନିସ୍ତିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ । ଗ୍ରାମରେ ହଠାତ୍ ମାଙ୍କଡ଼ମାନେ ଉତ୍ପାତ ସୃଷ୍ଟି କରି ୯ ଜଣଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡ଼ିଛି ।

Read More
ଜାତୀୟତାଜା ଖବର

ଛାତରୁ ପଡି ଶ୍ରମିକ ମୃତ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ନୂତନ କୋଠା ଉପରୁ ଖସି ପଡି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ପଡୋଶୀ ପଶ୍ଚିମବଙ୍ଗର ତପନା ଗ୍ରାମର ଶୁଭାଶିଷ ମଲ। ସେ ଲକ୍ଷ୍ମୀପୁରରେ ଶ୍ରମିକ ଭାବେ କାମ କରୁଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରର ଏକ ଘରେ ସାଙ୍ଗ ସାଥୀଙ୍କ ସହିତ ରହୁଥିଲେ।

Read More
ଜାତୀୟତାଜା ଖବର

ଜୈବିକ ପଦ୍ଧତିରେ ହେଉଛି ହଳଦୀ ଚାଷ ବଜାରୀ କରଣ ସୁବିଧା ନଥିବାରୁ ଅସନ୍ତୋଷ

ହଳଦୀ ଚାଷ ପାଇଁ ଆକୃଷ୍ଠ ହେଉଛି ଚାଷୀ। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାବେଳେ ବେଶ ଦୁଇ ପଇସା ରୋଜଗାର ନେଇ ଚାଷୀ ଆଶା ବାନ୍ଧିଛନ୍ତି। ଦିନ ରାତି ଏକ କରି ହଲଦୀ ଚାଷରେ ଲାଗିପଡ଼ିଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ର ଶହ ଶହ ଚାଷୀ।

Read More
ଜାତୀୟତାଜା ଖବର

ଭତ୍ତା ଯନ୍ତ୍ରଣା: ୩ ମାସ ହେଲା ମିଳୁନି ଟଙ୍କା ଏକାଠି ହେଲେ ଶହଶହ ବୃଦ୍ଧବୃଦ୍ଧା

ଦିନକୁ ଦିନ ବଢ଼ୁଛି ଭତ୍ତା ଯନ୍ତ୍ରଣା। ଏ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିନି ମାସ ହେଲା ମିଳୁନି ଭତ୍ତା। ପ୍ରତିବାଦରେ ଶହଶହ ବୃଦ୍ଧବୃଦ୍ଧା ଏକାଠି ହୋଇଥିବାବେଳେ ତୁରନ୍ତ ବକେୟା ଟଙ୍କା ଦେବାକୁ ଦାବି କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରର ମାନେଶ୍ବରରେ।

Read More
ଜାତୀୟତାଜା ଖବର

ଟ୍ରେଲର ଧକ୍କାରେ ଦୁଇ ଡ୍ରାଇଭର ଜୀବନ୍ତ ଜଳି ମୃତ୍ୟୁ

ଗାଡ଼ି ଭତରେ ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର।  ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗବାର ସକାଳୁ କଇଁତରା ବିଜୁ ଏକ୍ସପ୍ରେସ୍‌ୱେରେ ଡିଭାଇଡର ଭାଙ୍ଗି ଦୁଇଟି ୧୮ ଚକିଆ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

Read More