ଜାତୀୟ

ଜାତୀୟତାଜା ଖବରରାଜ୍ୟ

ଭୁବନେଶ୍ୱର-ଜୟପୁରକୁ ହେବ ବିମାନସେବା: ସାଂସଦ ଅପରାଜିତା

ଜୟପୁରବାସୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର  ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବିମାନ। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

Read More
ଜାତୀୟତାଜା ଖବରରାଜ୍ୟ

ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ

ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ଋତବ୍ରତ ବାନାର୍ଜୀ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ୍‌ ବି‌ରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି।

Read More
ଜାତୀୟରାଜ୍ୟ

ଭୁବନେଶ୍ୱର-ଖୋର୍ଦ୍ଧା-କଟକ-ପୁରୀ କୋଣାର୍କ ରୁଟରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ରାଜ୍ୟରେ ଖୁବ୍‌ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ୩ଟି ବସ୍ ଚଳାଇବାକୁ ଯୋଜନା କରାଯାଇଛି ।

Read More
ଜାତୀୟତାଜା ଖବର

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି

୪|୬()କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ। ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉ ନାହିଁ ?ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର କୁଆଡେ ଗଲା ପ୍ରତିନିଧି ଦଳ ପ୍ରଶ୍ନ କରିଥିବାବେଳେ ସୁଶାନ୍ତଙ୍କ ପରିବାରକୁ ସରକାରୀ ସହାୟତା ଦିଆଯାଉ ବୋଲି ଦାବି କରିଥିଲେ।

Read More
ଜାତୀୟତାଜା ଖବର

ସୌମ୍ୟ ହତ୍ୟାକାଣ୍ଡ ମାମଲା NHRCର ପ୍ରଶ୍ନବାଣରେ ଅଭିଯୋଗକାରୀ ଯୁବତୀ ଘାଇଲା

ସୌମ୍ୟ ହତ୍ୟାକାଣ୍ଡ ମାମଲାରେ NHRCର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଅଭିଯୋଗକାରୀ ଯୁବତୀ। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ର ଛାନଭିନ୍ ଚାଲିଛି। NHRC କ୍ୟାମ୍ପ କୋର୍ଟରେ ହାଜର ହେଲେ ଅଭିଯୋଗକାରୀ ଯୁବତୀ, ଆମ୍ବୁଲାନ୍ସ ଡ୍ରାଇଭର I

Read More
ଜାତୀୟତାଜା ଖବରରାଜ୍ୟ

ଶପଥ ନେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଶିବକୁମାର

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡି.କେ ଶିବକୁମାର । ଲୋକଭବନରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍‌ ୬୪ ବର୍ଷୀୟ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜ୍ୟ ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପ୍ରଭାବଶାଳୀ ଦଳିତ ନେତା ଜି ପରମେଶ୍ବର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ଗ୍ରହଣ କରିଛନ୍ତି।

Read More
ଜାତୀୟତାଜା ଖବର

ଏସଆଇଆର କାମରେ ଅବହେଳା, ବିଡିଓ ନିଲମ୍ଵିତ

ମହଙ୍ଗା ପଡ଼ିଲା ଏସଆଇଆର କାମରେ ଅବହେଳା କରିବା। ଏସଆଇଆର କାମରେ ଅବହେଳା ତଥା ପ୍ରଶିକ୍ଷଣ ଶିବିର ଆୟୋଜନ କରିବାରେ ବିଫଳ ପାଇଁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଡିଓ ବନଜା ଦାସଙ୍କୁ ନିଲମ୍ବିତ କରାଯାଇଛି। ବଡ଼ସାହିର ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ବନଜା ଦାସ ଦାୟିତ୍ଵରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି ପାଇଁ ନିଲମ୍ବନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ।

Read More
ଜାତୀୟତାଜା ଖବର

ମଦ ଦୋକାନ ପାଇଁ ମହାଲଢ଼େଇ ୨୧ ଦୋକାନ ପାଇଁ ୫୩୨ ଆବେଦନ ରାଜକୋଷକୁ ଆସିଲା ୧୬ କୋଟି !

ମଦ ଦୋକାନ ପାଇଁ ମହାଲଢ଼େଇ ଦେଖିବାକୁ ମିଳିଛି। ଲଟେରି ମାଧ୍ୟମରେ କରାଯାଉଥିବାବେଳେ ପ୍ରଶାସନ, ପୋଲିସ ଏବଂ ଅବକାରୀ ବିଭାଗକୁ ସାରା ଦିନ ଲାଗିଗଲା । ସକାଳୁ ଅପରାହ୍ନ ଯାଏଁ କଡ଼ା ସୁରକ୍ଷାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଚାଲିଥିଲା । ସମ୍ପୂର୍ଣ୍ଣ ଲଟେରିକୁ ସ୍ୱଚ୍ଛ ଏବଂ ନିର୍ବିବାଦୀୟ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଥିଲା।

Read More
ଜାତୀୟତାଜା ଖବର

‘ରୁଦ୍ରମ୍-୨’ର ପରୀକ୍ଷଣ ସଫଳ ଚୀନ୍-ପାକିସ୍ତାନ ଡିଫେନ୍ସ ସିଷ୍ଟମ୍ ଓ ରାଡାରକୁ କରିବ ଧ୍ୱଂସ

ବାୟୁମଣ୍ଡଳରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ପରୀକ୍ଷାତ୍ମକ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍) ର ମିଳିତ ସହଯୋଗରେ ଚାନ୍ଦିପୁର ଆଇଟିଆର୍‌ରୁ ଏହି ପରୀକ୍ଷଣ କରାଯାଇଥିଲା ।

Read More
ଜାତୀୟତାଜା ଖବର

ଏସଟି, ଏସସି, ଏସିବିସି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ବୈଷୟିକ ଶିକ୍ଷାରେ ବଢ଼ିଲା ସଂରକ୍ଷଣ

ଏସଟି, ଏସସି, ଏସିବିସି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ବୈଷୟିକ ଶିକ୍ଷାରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ । ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

Read More