ଜାତୀୟ

ଆନ୍ତର୍ଜାତୀୟଜାତୀୟତାଜା ଖବର

ଚନ୍ଦ୍ରଯାନ-୨ର ବଡ଼ ସଫଳତା ଚନ୍ଦ୍ରର ଦକ୍ଷିଣ ମେରୁରେ ଭୂତଳ ବରଫର ସନ୍ଧାନ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ‘ଚନ୍ଦ୍ରଯାନ-୨’ ଅର୍ବିଟର ଚନ୍ଦ୍ର ପୃଷ୍ଠକୁ ନେଇ ଏକ ବଡ଼ ସଫଳତା ହାସଲ କରିଛି। ଅର୍ବିଟରରୁ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଥିବା ଗଭୀର ଗର୍ତ୍ତ ବା କ୍ରେଟର ଗୁଡ଼ିକର ଭୂତଳ ଭାଗରେ ବିପୁଳ ପରିମାଣର ବରଫ ଲୁଚି ରହିଥିବା ସଂକେତ ମିଳିଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

କେଦାରନାଥ ଯାତ୍ରା : ୩୫ ଦିନରେ ୯ ଲକ୍ଷ ଭକ୍ତ

ଉତ୍ତରାଖଣ୍ଡର ପବିତ୍ର ହିମାଳୟ କୋଳରେ ଅବସ୍ଥିତ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ୨୦୨୬ ବର୍ଷର କେଦାରନାଥ ଯାତ୍ରା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ମାତ୍ର ୩୫ ଦିନ ମଧ୍ୟରେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିସାରିଲେଣି ।

Read More
ଜାତୀୟତାଜା ଖବରରାଜ୍ୟ

ମାଡ୍ରାସ ହାଇକୋର୍ଟରେ ଗୋହତ୍ୟା ମାମଲା  କୌଣସି ବି ଦିନ ହେବନି ଗୋହତ୍ୟା: କୋର୍ଟ

ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ୧୯୭୬ ଅଗଷ୍ଟ ୩୦ରେ ଜାରି କରିଥିବା ସରକାରୀ ନିର୍ଦ୍ଦେଶନାମାକୁ ତୁରନ୍ତ ଲାଗୁ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Read More
ଜାତୀୟରାଜ୍ୟ

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୨ ମୃତ, ୫ ନିଖୋଜ

ପାଟନାର ଉମାନାଥ ଗଙ୍ଗା ଘାଟରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗଙ୍ଗାନଦୀ କୂଳରେ ଥିବା ଦିଆରା ଅଞ୍ଚଳରେ ପନିପରିବା ସଂଗ୍ରହ କରିବାକୁ ଏକ ଛୋଟ ଡଙ୍ଗାରେ ୧୪ ରୁ ୧୫ ଜଣ ଲୋକ ଯାତ୍ରା କରୁଥିଲେ।

Read More
ଜାତୀୟତାଜା ଖବରରାଜ୍ୟ

ବିଜେପି ଶିବିର ଚଳଚଞ୍ଚଳ ଖୁବଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ଖୁବ ଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିବା ପରେ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟ କ୍ୟାବିନେଟର ବି ବରିଷ୍ଠ ନେତା ଏନେଇ ସଙ୍କେତ ଦେଇ ସାରିଲେଣି। ଯାହାକୁ ନେଇ ଆଶାୟୀ ବିଧାୟକଙ୍କ ଛାତି ଧଡ଼ ଧଡ଼ ହେଉଥିବା ଜଣାପଡ଼ିଛି।

Read More
ଜାତୀୟତାଜା ଖବରରାଜ୍ୟ

ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଗୁଲ ଜୁନ ୧୮ରେ ମତଦାନ :  ଜୁନ ୧ ରେ ବିଜ୍ଞପ୍ତି,  ୮ରେ ନାମାଙ୍କନର ଶେଷ ତାରିଖ |ପୁଣି ଥରେ ରାଜ୍ୟସଭା ଯାଇପାରନ୍ତି ଦେବାଶିଷ

ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି ।

Read More
ଜାତୀୟତାଜା ଖବରରାଜ୍ୟ

ଗୁଜରାଟ ଉପକୂଳରୁ ୧୦୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର କୋକେନ୍‌ ଜବତ

ଭାରତୀୟ ତଟରକ୍ଷୀ ବାହିନୀ ଓ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ମୁନ୍ଦ୍ରା ଉପକୂଳରେ ଏକ ମିଳିତ ଅଭିଯାନ ସମୟରେ ପ୍ରାୟ ୧୧୫୦ କୋଟି ଟଙ୍କାର ୧୧୫ କିଲୋଗ୍ରାମ ଓଜନର କୋକେନ୍ ଜବତ କରିଥିବା ଅଧିକାରୀ କହିଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ପୂର୍ବ ଭାରତର ଅର୍ଥନୈତିକ କରିଡର ପାରାଦୀପ: ମୁଖ୍ୟମନ୍ତ୍ରୀ ଜେଏସଡବ୍ଲୁ କରିବ ୬୫ ହଜାର କୋଟି ନିବେଶ ବଲାଙ୍ଗିର ଓ ପାରାଦୀପରେ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ

ଜଗତସିଂହପୁର ଜିଲ୍ଲା ପାରାଦୀପ ଗସ୍ତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଜେଏସଡବ୍ଲୁ କାରଖାନା କରିବ। ଏହାର ଉତ୍ପାଦନ କ୍ଷମତା ୧୩.୨ ମେଗାଟନ୍ ଥିବାବେଳେ ହଜାର ହଜାର ରୋଜଗାର ସୁଯୋଗ ସୃଷ୍ଟି କରିବା ସହ  ସହଯୋଗୀ ଶିଳ୍ପକୁ  ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। 

Read More
ଜାତୀୟତାଜା ଖବର

ବଡ଼ ଅଘଟଣରୁ ବର୍ତ୍ତିଲେ ୨୩୦ ଯାତ୍ରୀ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ । ୨୩୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଆକାଶରେ ରହିବା ପରେ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରିଆସିଛି।

Read More
ଜାତୀୟତାଜା ଖବରରାଜ୍ୟ

କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ରେଡ୍

କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପିନାରାଇ ବିଜୟନ୍‌ଙ୍କ ଘରେ ଇଡି ରେଡ୍ ହୋଇଛି। ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ ହୋଇଥିବା ସୂଚନା ମିଳିଛି। କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ ମାମଲାରେ ରେଡ୍ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ଭୋର୍ ସମୟରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ମନି ଲଣ୍ଡରିଂ ମାମଲାକୁ ନେଇ ଚଢାଉ କରାଯାଇଥିଲା।

Read More