ଜାତୀୟତାଜା ଖବର

ଦୁଇ ବର୍ଷର ଉପଲବ୍ଧି ନେଇ ରିପୋର୍ଟ କାର୍ଡ ମାଗିଲେ ମୋଦି

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୁରିବାକୁ ଯାଉଛି। ଏହି ଦୁଇ ବର୍ଷରେ ସରକାର କି କି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ କେତେ ସଫଳ ହୋଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ବର୍ଷ ସରକାରର କ’ଣ ରହିଛି ଉପଲବ୍ଧି । ରାଜ୍ୟ ବିଜେପି ସଭାପତିଙ୍କୁ ତଥ୍ୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମନମୋହନ ସାମଲ ରିପୋର୍ଟ ପ୍ରଦାନ କରିବେ । ସେ କହିଛନ୍ତି ରାଜ୍ୟ ସରକାରକୁ ଦୁଇ ପୁର୍ତ୍ତି କାର୍ଯ୍ୟକ୍ରମକୁ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଛନ୍ତି । ତାରିଖ ଧାର୍ଯ୍ୟ ହେଲେ ପିଏମଙ୍କ ଗସ୍ତ ବିବରଣୀ ଜଣାପଡିବ । ସେପଟେ, ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ କ’ଣ ଉପଲବ୍ଧି କରିଛନ୍ତି ସେ ନେଇ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଂଚାୟତ ଠାରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏନେଇ ଚିଠା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର କାର୍ଯ୍ୟକ୍ରମ ଘୋଷଣା ହେବ ବୋଲି ମନମୋହନ ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *