ପାଣି ଟ୍ୟାଙ୍କରରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଛି l ସୋନପୁର ଜିଲ୍ଲାକୁ ଚାଲାଣବେଳେ ପୋଲିସ ୫ କ୍ଵିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି। ଏନେଇ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଠେଲକୋବେଡ଼ାର ସମ୍ବିତ୍ ମହାନନ୍ଦ(୨୪) l ଦୈନଦିନ ଏହି ଅଞ୍ଚଳରୁ ବିପୁଳ ପରିମାଣ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୋଲିସ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛନ୍ତି l ସେହିଭଳି ଆଜି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଗଞ୍ଜେଇ ବୋଝଇ ପାଣି ଟେଙ୍କର ଉପରେ ଚଢ଼ଉ କରିଥିଲା l ସୂଚନା ଅନୁସାରେ, ତେଲ ନଦୀ ବ୍ରିଜ ଦେଇ ବିପୁଳ ପରିମାଣର ଗଞ୍ଜେଇ ସୋନପୁର ଜିଲ୍ଲାକୁ ଚାଲାଣ ହେଉଥିବାଳେ ଏଏସଆଇ ପ୍ରକାଶ ଭୋଇ ଓ ତାଙ୍କ ଟିମ୍ ଚଢ଼ଉ କରିଥିଲେ।

