ବାର କାଉନସିଲ ଅଧ୍ୟକ୍ଷଙ୍କ ବଡ଼ ବୟାନ ୪୦ ପ୍ରତିଶତ ଓକିଲ ନକଲି: ମନନ
ଭୁବନେଶ୍ବର, ୨୩|୫(ବ୍ୟୁରୋ): ଦେଶରେ ୪୦ ପ୍ରତିଶତ ଓକିଲ ନିକଲି । ଏଭଳି ମନ୍ତବ୍ୟ ଦେଇଛନ୍ତି ବାର କାଉନସିଲ ଅଧ୍ୟକ୍ଷ ମନନ ମିଶ୍ର । ଦେଶର ବିଭିନ୍ନ କୋର୍ଟରେ ପ୍ରାକ୍ସିସ କରୁଥିବା ୩୫ରୁ ୪୦ ପ୍ରତିଶତ ଓକିଲ ନକଲି ବୋଲି ସେ କହି ଏକ ବଡ଼ ବୟାନ ଦେଇଛନ୍ତି। ସେମାନେ ସାର୍ଟିଫିକେଟ କିଣିଥାନ୍ତି ନଚେତ ଯୋଗାଡ଼ କରିଥାଆନ୍ତି ବୋଲି ସେ କହିଛନ୍ତି । ନକଲି ସାର୍ଟିଫିକେଟ ବଳରେ ସେମାନେ କୋର୍ଟରେ ପ୍ରାକ୍ସିସ କରିଥାଆନ୍ତି । ଏନେଇ ବାର କାଉନସିଲ ଯାଞ୍ଚ କରିଥିଲା ଏବଂ ସେମାନଙ୍କ ଡିଗ୍ରୀ ମଗା ଯାଇଥିଲା। ୪୦ ପ୍ରତିଶତ ଓକିଲ ଫର୍ମ ଫିଲଅପ ହିଁ କରି ନଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ବାର କାଉନସିଲ ଅଧ୍ୟକ୍ଷଙ୍କ ଏଭଳି ମନ୍ତବ୍ୟ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।

