ରାସ୍ତା ନ ଥିବାରୁ ଭାର ବୁହା ହେଲେ ଗର୍ଭବତୀ ଡାକ୍ତରଖାନାରେ ଜମଜ ନବଜାତକଙ୍କ ମୃତ୍ୟୁ
କେବଳ ଘୋଷଣାରେ ରହିଯାଇଛି ଗାଁର ବିକାଶ ହିଁ ଦେଶର ବିକାଶ। ଗାଁକୁ ଗାଁ ବିକାଶ ନେଇ ଡିଣ୍ଡମ ପିଟୁଥିବାବେଳେ ବାସ୍ତବିକ ଚିତ୍ର କିନ୍ତୁ ଅଲଗା। ସାମାନ୍ୟ ରାସ୍ତା ଖଣ୍ଡିଏ ନଥିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମାଆ ପ୍ରସବ କରି ପାରି ନଥିଲେ। ଯେତେବେଳେ ଆମ୍ବୁଲାନ୍ସ ଆସିଲା, ମେଡିକାଲ ଗଲାବେଳେ ସବୁ କିଛି ସରି ଯାଇଥିଲା। ମାଆକୁ ବଡ଼ କଷ୍ଟରେ ବଞ୍ଚାଇ ପାରିଥିବାବେଳେ ଠିକ ସମୟରେ ଜନ୍ମ ହୋଇ ନ ପାରି ଜମଜ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Read More